Nibedita Mohapatra

Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ନିବେଦିତା ମହାପାତ୍ର, ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା ଶେଷକରି ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇଛନ୍ତି । ପୁରୀ ଠାରେ ଅବସ୍ଥିତ ସ୍ଵାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ । ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ କମ୍ପୁଟର ଓ-ସ୍ତର ଶିକ୍ଷା ହାସଲ କରିବା ସହ ହିନ୍ଦୀ ସାହିତ୍ୟରେ ରତ୍ନ ସୋପାନକୁ ଅତିକ୍ରମ କରିପାରିଛନ୍ତି । ଆନ୍ତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଚାନସେଲର କପ ହାସଲ କରି ଗୌରବର ଅଧିକାରିଣୀ ଅଟନ୍ତି । ଏହାଛଡା ତାଙ୍କର ମୁଖ୍ୟ ସଉକ ଗଳ୍ପ ଓ କବିତା ଲେଖିବା । ଓଡିଆ ସାହିତ୍ୟ କ୍ଷେତ୍ରରେ ଅନେକ କ୍ଷୁଦ୍ରଗଳ୍ପ ଓ କବିତାର ଅଜସ୍ର ସୃଷ୍ଟି ସମ୍ଭାରରେ ନିଜ ସୃଜନୀର ପରିଚୟ ପ୍ରଦାନ କରିବା ସହ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଚାଲିଛନ୍ତି ।