Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ରାଜେନ୍ଦ୍ର ଗିରି, ଠିକଣା - ଭୋଗରାଇ, ବାଲେଶ୍ୱର । ଭାବନାର ବଶବର୍ତ୍ତୀ ହୋଇ ଅନେକ ସମୟରେ ଭାବୁକ ପାଲଟି ଯାଆନ୍ତି ରାଜେନ୍ଦ୍ର । ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣା ସମୂହକୁ କାହା ଆଗରେ ଖୋଲି କହିବା ଅପେକ୍ଷା, ବେଶୀ ପସନ୍ଦ କରନ୍ତି କାଗଜ ଉପରେ ଆଙ୍କି ଦେବାକୁ ନିଜ ସୃଜନୀର ତୂଳୀରେ । ଖୁବ ନିଆରା ତାଙ୍କର ଦୃଷ୍ଟିଭଙ୍ଗୀ । ପିଲାଦିନେ ରେଡିଓ ଶୁଣି ମଜ୍ଜି ଯାଇଥିଲେ ଦିନେ କବିତାର ସ୍ଵରରେ । ଏମିତି ଦିନେ ମୋ ଗୀତ ବାଜନ୍ତାକି ରେଡିଓରେ ! ଏମିତି କବିତା ଦିନେ ମୁଁ ଲେଖିପାରନ୍ତିକି !! ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଏହିଭଳି ଭାବନାକୁ ସାଉଁଣ୍ଟୁ ସାଉଁଣ୍ଟୁ ତୃତୀୟ ଶ୍ରେଣୀର ସାହିତ୍ୟ ବହି ପାଲଟିଗଲା ତାଙ୍କ ପରବର୍ତ୍ତୀ ସାହିତ୍ୟିକ ଜୀବନ ନିମନ୍ତେ ମୁଖ୍ୟ ପ୍ରେରଣା । ମାତ୍ର ତାଙ୍କ ସାରସ୍ଵତ ସୃଜନୀର ପ୍ରତିଲିପି କାଗଜ କଲମ ମାଧ୍ୟମରେ ପରିପ୍ରକାଶ ହେବାକୁ ପ୍ରାୟ କଲେଜ ପର୍ଯ୍ୟନ୍ତ ସମୟ ଲାଗିଗଲା । କବି ରମାକାନ୍ତ ରଥଙ୍କ "ଲଣ୍ଠନ" କବିତା ଏବଂ ଗୁରୁଦେଵ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଲେଖା ଗୁଡ଼ିକ ପଢିବା ପରେ, ତାଙ୍କ କଲମର ଗତି ଖୁବ ତୀବ୍ର ହେବାକୁ ଲାଗିଲା । ଅଦ୍ୟାବଧି ତାଙ୍କ ସୃଜନୀର କଲମ ଖୁବ ଗତିଶୀଳ । ତାଙ୍କ ରଚିତ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ବ୍ୟଙ୍ଗ ରଚନା ଆଦି ଅନେକ ପତ୍ର ପତ୍ରିକା ଓ ସମ୍ବାଦପତ୍ର ମାଧ୍ୟମରେ ପ୍ରକାଶ ଲାଭ କରି ବେଶ ପାଠକୀୟ ଆଦୃତି ଲାଭ କରିପାରିଛି । ଜଣେ କବି ଅପେକ୍ଷା ସେ ପାଠକ ହିସାବରେ ନିଜକୁ ଖୁବ ଆନନ୍ଦ ମନେ କରନ୍ତି ।