Rashmita Jena

Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ରଶ୍ମିତା ଜେନା, ପିତା- ନିର୍ମଳ ଚନ୍ଦ୍ର ଜେନା, ମାତା- ନିରୂପମା ଜେନା । ଭୁବନେଶ୍ୱରର ଖଣ୍ଡଗିରି ଠାରେ ଅବସ୍ଥାନ କରନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକୋତ୍ତର ଶିକ୍ଷା ହାସଲ କରି ଖୋରଧା ଜିଲ୍ଲା ଅଧିନସ୍ଥ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତା । ଏହାଛଡା ଓଡିଶା ଶିକ୍ଷକ ସଙ୍ଘର କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ନିଜର ଗୁରୁଦାୟିତ୍ଵ ନିର୍ବାହ କରି ଆସୁଅଛନ୍ତି । ଓଡିଆ ସାହିତ୍ୟ କ୍ଷେତ୍ରରେ ନିଜର ରୁଚି ଓ ଶ୍ରଦ୍ଧା ତାଙ୍କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରି ପାରିଛି । ଓଡିଆ ଗଳ୍ପ, ପ୍ରବନ୍ଧ, କବିତା ଓ ଶିଶୁଗଳ୍ପ ଆଦି ଲେଖି ସେ ପାଠକ ପାଠିକା ମାନଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଓଡିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ ଲେଖା ଗୁଡିକ ସର୍ବଦା ପୃଷ୍ଠାମଣ୍ଡନ କରିଥାଏ । ନିଜ ସାହିତ୍ୟ ସୃଜନୀର ବଳିଷ୍ଠ ପ୍ରମାଣ ଦେଇ ସେ ଅନେକ ସାରସ୍ଵତ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି । ତନ୍ମଧ୍ୟରୁ ଶ୍ରେଷ୍ଠ ଲେଖିକା ସମ୍ମାନ, ଦରଦୀ କବି ସମ୍ମାନ, ଚନ୍ଦ୍ରିକା କବିରତ୍ନ ସମ୍ମାନ, ସୁନା ଦୁଵ ଅନୁଷ୍ଠାନରୁ ସୁଲେଖା ସାରସ୍ୱତ ସମ୍ମାନ, କଳ୍ପନା କଳ୍ପଲତା ସାରସ୍ୱତ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, କଳିଙ୍ଗ ଜ୍ୟୋତି ନାରୀକବି କୁନ୍ତଳା କୁମାରୀ ସାବତ ସମ୍ମାନ, ବାଣୀପୀଠରୁ ଶାନ୍ତିଲତା ସ୍ମୃତି ସମ୍ମାନ, "କଳ୍ପନା" ଆଦିକବି ସାରଳା ଦାସ ସମ୍ମାନ, ମହାବୀର ଅନୁଷ୍ଠାନରୁ ଯାଜ୍ଞସେନୀ ସମ୍ମାନ ଆଦି ଅନ୍ୟତମ ।