Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ସୌମ୍ୟ ରଞ୍ଜନ ଦାଶ, ଗ୍ରାମ : ଗୋପୀବିନ୍ଧା, ପୋଷ୍ଟ : ବ୍ରାହ୍ମଣଗାଁ, ଥାନା : ସିମୁଳିଆ, ଜିଲ୍ଲା : ବାଲେଶ୍ୱର । ବୃତ୍ତିରେ ଜଣେ ଶିକ୍ଷକ ଭାବେ ସେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅଧିନସ୍ଥ ପି. ପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ । ନିଶାରେ ସେ ଖୁବ ସାହିତ୍ୟାନୁରାଗୀ, ପ୍ରବନ୍ଧ, ଶିଶୁ ସାହିତ୍ୟ, ଗଳ୍ପ, ସୃଜନାତ୍ମକ ନିବନ୍ଧ ଆଦି ରଚନା କରିବାରେ ମନୋନିବେଶ କରଥାନ୍ତି ସେ । ପିଲାଟି ଦିନରୁ ଅନ୍ୟ ପଠିତ ବିଷୟ ଠାରୁ ମାତୃଭାଷା ପଢ଼ିବାକୁ ଅଧିକ ଭଲ ଲାଗେ । ପିଲାଦିନେ ବିଦ୍ୟାଳୟରେ ପଢିବା ସମୟରେ ଗୁରୁଜୀ ପଢ଼ାଇଥିବା ବିଷୟକୁ ବାରମ୍ବାର ସ୍ୱର କରି ଘରେ ପଢ଼ନ୍ତି, ସାହିତ୍ୟ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଛି । ସାହିତ୍ୟକୁ ପରିପୁଷ୍ଟ କରିବା ନିମନ୍ତେ ତାଙ୍କ ଲେଖନୀ ସର୍ବଦା ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟକ୍ଷମ ଥାଏ । ତାଙ୍କ ଲେଖା ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିଥାଏ ।