Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ଜ୍ୟୋତିରଞ୍ଜନ ବାରିକ, ଗ୍ରାମ- ଚଢ଼େଇଗାଁ, ପୋଷ୍ଟ- ତମ୍ପାଳୋ, ଥାନା- ନିମାପଡା, ଜିଲ୍ଲା- ପୁରୀ । ଓଡ଼ିଆ ସାହିତ୍ୟକୁ ନିଜଠୁ ଖୁବ ବେଶି ଭଲପାଆନ୍ତି ସେ, ସାହିତ୍ୟରୁ ପାଇଛନ୍ତି ବଞ୍ଚିବାର ନିଆରା ପ୍ରତିଶ୍ରୁତି । ଅଷ୍ଟମ ଶ୍ରେଣୀରୁ ସାହିତ୍ୟ ପ୍ରତି ଜନ୍ମ ନେଇଥିବା ସ୍ଵତନ୍ତ୍ର ଆଗ୍ରହ ତାଙ୍କୁ ଖବର କାଗଜରେ ନିୟମିତ ପ୍ରକାଶ ପାଉଥିବା ଗଳ୍ପ ଓ କବିତା ପଢିବାର ନିଶାରେ ବୁଡେଇ ରଖିଥିଲା । ଖବର କାଗଜରେ ଭଲ ଲାଗୁଥିବା ଗଳ୍ପ ଓ କବିତାକୁ ରଫ୍ ଖାତାରେ ଟିପି ରଖି ବାରମ୍ବାର ପଢୁଥିଲେ ସେ । ଧୀରେ ଧୀରେ ନିଜେ ଲେଖିବାକୁ ଚେଷ୍ଟା କରି ଲେଖି ପାରିଲେ । ଅଷ୍ଟମରୁ ଦଶମ ଶ୍ରେଣୀ ଭିତରେ ତାଙ୍କର ମାତ୍ର ଦୁଇଟି କବିତା ଖବର କାଗଜରେ ପ୍ରକାଶ ପାଇଥିଲା । ଜ୍ୟୋତିରଞ୍ଜନଙ୍କର ପ୍ରଥମ କବିତା ଥିଲା "ଜନ୍ମଭୂମି" ଆଉ ଦ୍ୱିତୀୟଟି "ବନ୍ୟା" । ମହାବିଦ୍ୟାଳୟରେ ଛାତ୍ର ଜୀବନକାଳରେ ମହାବିଦ୍ୟାଳୟର ପାଠାଗାର ଥିଲା ତାଙ୍କର ଅତି ଆପଣାର ସ୍ଥାନ । ଅବସର ସମୟକୁ ନଷ୍ଟ ନକରି ପାଠାଗାରରେ ବସି ବିଭିନ୍ନ ବହି ପଢିବା ପାଲଟିଗଲା ତାଙ୍କ ନିତିଦିନିଆ ସଉକ । ଏବଂ ବୈଜ୍ଞାନିକ ବିକାଶର ତାଳରେ ନିଜକୁ ଆବିଷ୍କାର କରନ୍ତି ସାମାଜିକ ଗଣମାଧ୍ୟମରେ । ନିଜ ସାରସ୍ଵତ ସୃଷ୍ଟି ଗୁଡିକୁ ପରିପ୍ରକାଶ କରିବାର ପ୍ରକୃଷ୍ଟ ମାଧ୍ୟମ ଭାବେ ଗ୍ରହଣ କରି ନିଅନ୍ତି ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକୁ । ଅଦ୍ୟାବଧି ତାଙ୍କ ଲେଖନୀ ଅବିଶ୍ରାନ୍ତ ଗତିରେ ମାଡି ଚାଲିଛି ଆଗକୁ ଆଗ । ତାଙ୍କର ଅନେକ ଗୁଡିଏ ଲେଖା ଢେର ପାଠକୀୟ ଆଦୃତି ଲାଭ କରି ଉଚ୍ଚ ପ୍ରଶଂସିତ ହୋଇପାରିଛି । ତାଙ୍କ ରଚିତ କବିତା "ମାଆ" ନିମନ୍ତେ ଅଭିପ୍ସା ଅନୁଷ୍ଠାନ ପକ୍ଷରୁ "ଯୁବ ସାରସ୍ଵତ ପ୍ରତିଭା ସମ୍ମାନ" ରେ ସେ ସମ୍ମାନିତ ହୋଇପାରିଛନ୍ତି । ବର୍ତ୍ତମାନ ସେ ମହାବିଦ୍ୟାଳୟ ସ୍ତରରେ ଜଣେ ଅଧ୍ୟୟନରତ ଛାତ୍ର ଅଟନ୍ତି ।