Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ସୁନୀଲ କୁମାର ବେହେରା, ପିତା- ବିଶ୍ୱନାଥ ବେହେରା, ମାତା - କବିତା ବେହେରା, ଗ୍ରାମ- ନୂଆଗାଁ, ପୋ- ବଡପାରି, ଥାନା- ଟାଙ୍ଗୀ, ଜିଲ୍ଲା- ଖୋର୍ଦ୍ଧା । ଶିକ୍ଷକତାକୁ ବୃତ୍ତିଗତ ଜୀବନରେ ଆପଣେଇ ନେଇ ଜଣେ ଆଦର୍ଶ ଶିକ୍ଷକର ଭୂମିକାରେ ନିଜକୁ ପ୍ରତିଷ୍ଠିତ କରିପାରିବା ସହ ସାହିତ୍ୟର ନିଶାଠୁ ଦୂରେଇ ରହି ପାରିନାହାନ୍ତି ସେ । ତାଙ୍କ କବିତ୍ୱର ବାସ୍ନା ଖୁବ ନିଆରା । ଛନ୍ଦ ଓ ମାଧୁର୍ଯ୍ୟର ବଳିଷ୍ଠ ଶବ୍ଦ ସମ୍ଭାର ତାଙ୍କ କବିତାର ବିଶେଷତ୍ୱ । ନିଜକୁ ପ୍ରଚାର ପ୍ରସାର ଠାରୁ ଦୂରେଇ ରଖି ଆସୁଥିବା ଶ୍ରୀ ବେହେରା ନିଜର ସାରସ୍ୱତ ସୃଜନୀକୁ ପ୍ରସ୍ଫୁଟିତ କରିବାର ପ୍ରଥମ ସୁଯୋଗ ଲାଭ କରନ୍ତି ବଣମଲ୍ଲୀର ମହକ ମାଧ୍ୟମରେ । ତାଙ୍କ ପ୍ରଥମ ଲେଖା "ଶାଶ୍ୱତ ପ୍ରେମ" କବିତାଟି ପ୍ରଥମେ ପ୍ରକାଶିତ ହୁଏ ବଣମଲ୍ଲୀର ମହକରେ । ସେ କୁହନ୍ତି, ସାହିତ୍ୟ କ୍ଷେତ୍ରରେ କଲମ ଚାଳନା ନିମନ୍ତେ ସଲିଲ କୁମାର ସ୍ବାଇଁଙ୍କ ପ୍ରେରଣା ତାଙ୍କ ଲେଖନୀର ଅବାରିତ ଧାରାକୁ ଖୁବ ଗତିଶୀଳ କରାଇପାରିଛି । ଆଦର୍ଶ ଗୁରୁଜନ ଏବଂ ସାରସ୍ୱତ ପ୍ରେରଣାର ଉତ୍ସ ଭାବେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ସଲିଲ କୁମାର ସ୍ବାଇଁଙ୍କ ଅବଦାନ ତାଙ୍କ ସାରସ୍ଵତ ଜୀବନକୁ ଖୁବ ଚଳଚଞ୍ଚଳ କରିପାରିଛି । ବଣମଲ୍ଲୀର ମହକ ମାଧ୍ୟମରେ ନିଜ କବିତ୍ୱର ପରିପ୍ରକାଶକୁ ନେଇ ସେ ଖୁବ ଗର୍ବ ଅନୁଭବ କରନ୍ତି ।